ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ୍ କରିଛନ୍ତି ଗୃହ ମନ୍ତ୍ରୀ ଅମିତ୍ ଶାହ । ପଶ୍ଚିମବଙ୍ଗରେ ଆଇନ୍ ବ୍ୟବସ୍ଥା ଚରମସୀମାରେ ପହଞ୍ଚି ଥିବା ଅମିତ୍ ଶାହ କହିଛନ୍ତି । ସେଠାରେ ଲୋକତନ୍ତ୍ରର ହତ୍ୟା କରାଯାଇଛି। ଏପରି ସ୍ଥିତି ବିଜେପି ନେତାମାନେ ରାଷ୍ଟ୍ରପତି ଶାସନ ପାଇଁ ଯେଉଁ ଦାବି କରୁଛନ୍ତି, ତାହା ଆଦୌ ଭୁଲ୍ ନୁହେଁ ବୋଲି ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ଏମିତି ଅମିତ୍ ଶାହ କହିଛନ୍ତି।
ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ଉପରେ ଆକ୍ରମଣ ଏବଂ ରାଜ୍ୟରେ ଯେଉଁ ହିଂସାର ପରିସ୍ଥିତି ଉପୁଜିଛି, ତାକୁ ଆଖି ଆଗରେ ରଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ବିଜେପି ଦାବି କରିଆସୁଛି। ଏହାକୁ ନେଇ ଅମିତ୍ ଶାହ କହିଛନ୍ତି, ବର୍ତ୍ତମାନ ସେଠାକାର ସ୍ଥିତି ଯାହା ରହିଛି, ସେଥିପାଇଁ ରାଷ୍ଟ୍ରପତି ଶାସନ ନିହାତି ଦରକାର।
ଅମିତ୍ ଶାହ ଆହୁରି କହିଛନ୍ତି, ବେଙ୍ଗଲରେ ଆଇନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି। ସବୁ ଜିଲ୍ଲାରେ ବୋମା କାରଖାନା ରହିଛି। ତେବେ ସେଠାରେ ଲୋକତନ୍ତ୍ର ସବୁଠାରୁ ବଡ଼ ଚିନ୍ତାର ବିଷୟ ଯେ ବିରୋଧୀ ନେତାଙ୍କୁ ହତ୍ୟା କରାଯାଉଛି। ଆଗରୁ କେରଳରେ ଏଭଳି ଘଟଣା ସାମ୍ନାକୁ ଆସୁଥିଲା, କିନ୍ତୁ ଏବେ ସେଠାରେ ଆଉ ସେମିତି କିଛି ଘଟୁନାହିଁ। ଅନ୍ୟପଟେ ଗତବର୍ଷ ପଶ୍ଚିମ ବଙ୍ଗରେ ଅମ୍ଫାନ୍ ବାତ୍ୟା ଆସିଥିଲା, ହେଲେ ରାଜ୍ୟରେ ଏଥିପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା। ବାତ୍ୟା ପାଇଁ ଯେଉଁ ବଜେଟ୍ ରାଜ୍ୟକୁ ଦିଆଯାଇଥିଲା, ସେଥିରେ ଖୁବ୍ ଦୁର୍ନୀତି ହେଲା। କେନ୍ଦ୍ର ସରକାରଙ୍କ ତରଫରୁ ଯେଉଁ ଖାଦ୍ୟଶସ୍ୟ ଦିଆଗଲା, ସେଥିରେ ବି ଘୋଟାଲା ହେଲା। ତା’ଛଡ଼ା କରୋନା ପାଇଁ ଯେଉଁଭଳି ପ୍ରସ୍ତୁତି ଦରକାର ଥିଲା, ତାହା ମଧ୍ୟ ହେଲା ନାହିଁ। ଆଗାମୀ ଦିନରେ ବେଙ୍ଗଲରେ ନିଶ୍ଚୟ ପରିବର୍ତ୍ତନ ହେବ ଏବଂ ବିଜେପି ସରକାର ଗଢ଼ିବ ବୋଲି ଅମିତ୍ ଶାହ କହିଛନ୍ତି।