କରୋନାରେ ଆକ୍ରାନ୍ତ ବିଜେପି ନେତ୍ରୀ ଉମା ଭାରତୀ

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଥିବା ଟ୍ୱିଟ କରି ଜଣାଇଛନ୍ତି।

ସୂଚାନାମୁତାବିକ, ଗତ ତିନିଦିନ ଧରି ତାଙ୍କୁ ଜ୍ୱର ଲାଗିରହୁଥିଲା । ଲଗାତାର ଜର ଲାଗିରହିବାରୁ ସେ ନିୟମ ମୁତାବିକ କୋଭିଡ ଟେଷ୍ଟ କରାଇଥିଲେ। ଆଉ ଆଜି ପଜେଟିଭ ବୋଲି ଜଣାପଡିଛି। ବର୍ତ୍ତମାନ ସେ ହରିଦ୍ୱାର ଓ ହୃଷିକେଶ ମଧ୍ୟରେ ଥିବା ବନ୍ଦେ ମାତରମ କୁଞ୍ଜରେ ସଙ୍ଗରୋଧରେ ରହିଛନ୍ତି ।


https://twitter.com/umasribharti/status/1309935655477104640?s=20

ଉମା ଭାରତୀ ପଜେଟିଭ ଚିହ୍ନଟ ହେବା ପରେ କହିଛନ୍ତି ଯେ,ଆଉ ୪ ଦିନ ପରେ କରୋନା ଟେଷ୍ଟ କରିବି ଆଉ ଡାକ୍ତରଙ୍କ ପରାମର୍ଶ ନେବି । ଏହି କିଛିଦିନ ମଧ୍ୟରେ ଯେଉଁମାନେ ମୋ ସଂସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ଟେଷ୍ଟ କରେଇନିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଉମା ଭାରତୀ ।