୨୮ ତାରିଖରେ ପୁରୀ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପୁରୀ: ଦିଅଁ ଦେଖିବେ, କଦଳୀ ବିକିବେ । ଏକା ସମୟରେ ଦୁଇଟି କାମ କରିବାର ଆଶା ରଖି ପୁରୀ ଧାଇଁ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସାଙ୍ଗରେ ଆସୁଛନ୍ତି ପୁରୀ ସାଂସଦ ଓ କେନ୍ଦ୍ରାପଡ଼ା ସାଂସଦ ।

ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଗଦାନ କରି ଜନତାଙ୍କୁ ମୋଦିଜୀଙ୍କ ସଫଳତା ଶୁଣାଇବେ । ନଡ୍ଡାଙ୍କ ମୁହଁରୁ ମୋଦିଜୀଙ୍କ ପ୍ରଶଂସା ଶୁଣି ରାଜ୍ୟର ହଜାର ହଜାର ବେରୋଜଗାର ଯୁବକ ଯୁବତୀ ଦଳର ସଭ୍ୟ ହେବେ । ପାରିବାରିକ ଦାୟିତ୍ୱକୁ ପଛକୁ ପକାଇ ବିଜେପି ପତାକା ହାତରେ ଧରି ଗାଁ ଗଣ୍ଡା ଓ ସହର ପରିକ୍ରମା କରିବେ । ରାଜ୍ୟରେ ବିଜେପି ସରକାରଙ୍କ ଗୁଣଗାନ କରି ମା’ ବାପାଙ୍କ କୁଳକୁ ଉଦ୍ଧାର କରିବେ ।