କୋଲକାତା: ନୂପୁର ଶର୍ମାଙ୍କ ବିବାଦିତ ବୟାନକୁ ନେଇ ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆଜ ପୁଣିଥରେ ପଶ୍ଚିମବଙ୍ଗର ହାୱଡା ଜିଲ୍ଲାରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଉକ୍ତ ମାମଲାରେ ୭୦ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ହାୱଡା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ସହ ଅନେକ ସ୍ଥାନରେ ୧୪୪ ଧାରା ମଧ୍ୟ ଜାରି ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ମମତା ବାନାର୍ଜୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ହାୱଡାରେ ହିଂସକ ଘଟଣା ହେଉଛି । ଏହା ପଛରେ କିଛି ରାଜନୈତିକ ଦଳ ଅଛନ୍ତି ଏବଂ ସେମାନେ ଦଙ୍ଗା କରିବାକୁ ଚାହୁଁଛନ୍ତି । କିନ୍ତୁ ଏହାକୁ ସହ୍ୟ କରାଯିବ ନାହିଁ । ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।