ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି: ଉଦ୍ଧବ ଠାକରେ
ଯଦି ସିନ୍ଦେ ଓ ବିଜେପି ଲଢେଇ କରିବାକୁ ଚାହୁଁଛନ୍ତି ତେବେ କିଛି ଅସୁବିଧା ନାହିଁ…
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଏହାମଧ୍ୟରେ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି । ବିଜେପି ତାଙ୍କ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ଏହାସହ ବିଜେପିକୁ ସାନି ନିର୍ବାଚନ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ । ଉଦ୍ଧବ କହିଛନ୍ତି ଯେ, ବିଧାନସଭାକୁ ମନମାନି ଢଙ୍ଗରେ ଚଲାଇବା ସମ୍ବିଧାନ ପ୍ରତି ଅଫମାନ ସଦୃଶ ଅଟେ । ଯଦି ସିନ୍ଦେ ଓ ବିଜେପି ଲଢେଇ କରିବାକୁ ଚାହୁଁଛନ୍ତି ତେବେ କିଛି ଅସୁବିଧା ନାହିଁ । ବିଜେପି ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି । ଯଦି ସେ ଭୁଲ ଥିବେ ତେବେ ଲୋକେ ହିଁ ଘରକୁ ପଠାଇଦେବେ । ଏହାସହ ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ସମ୍ବିଧାନକୁ ପାଳନ କରାଯାଉ ନାହିଁ । ତେବେ ସେ ଜିଲ୍ଲା ସଭାପତିଙ୍କୁ ଦଳ ସହ ରହିବାକୁ ନିବେଦନ ମଧ୍ୟ କରିଛନ୍ତି ।