ତ୍ରିପୁରାରାରେ ବିଜେପିର ବାଜିମାତ

ଅଗରତାଲା : ତ୍ରିପୁରାରେ ନଗର ନିଗମ ନିର୍ବାଚନରେ ବିଜେପିର ବଡ ବାଜିମାତ୍‌ । ଅନ୍ୟପକ୍ଷରେ ଟିଏମସି, ସିପିଆଇ ଓ ସିପିଆଇଏମ ଖାତା ଖୋଲିପାରିନାହାନ୍ତି । ବିଜେପି ଅଗରତାଲା ନଗର ନିଗମର ସବୁ ସିଟ୍‌ କ୍ଲିନସ୍ୱିପ କରିଛି । ସ୍ଥାନୀୟ ନଗର ପାଳିକା ନିର୍ବାଚନରେ ମଧ୍ୟ ବିଜେପି ବିଜୟ ହାସଲ କରିଛି । ରାଜ୍ୟ ନିର୍ବାଚନ ଆୟୋଗ ଅଧିକାରୀ କହିଛନ୍ତି ୧୫ ସଦସ୍ୟ ଖୋଭାଇ ନଗର ପରିଷଦ, ୧୭ ସଦସ୍ୟ ବୋଲୋନିଆ ନଗର ପରିଷଦ, ୧୫ ସଦସ୍ୟ କୁମାରଘାଟ ନଗର ପରିଷଦ ଏବଂ ନଅ ସଦସ୍ୟ ସବରୁମ ନଗର ପଞ୍ଚାୟତର ସମସ୍ତ ୱାର୍ଡରେ ବିଜେପି ବିଜୟ ହାସଲ କରିଛି ।

ସେ କହିଛନ୍ତି, ପାର୍ଟି ୨୫ ୱାର୍ଡ ଧର୍ମଗନର ପରିଷଦ, ୧୫ ସଦସ୍ୟ ତୋଲିମାପୁର ନଗର ପରିଷଦ ଏବଂ ୧୩ ସଦସ୍ୟ ଅମରପୁର ନଗର ପଞ୍ଚାୟତରେ ମଧ୍ୟ କ୍ଲିନ୍‌ ସୁଇପ୍‌ କରିଛି । ବିଜେପି ୧୧ ସଦସ୍ୟ ଜିରାନିଆ ନଗର ପଞ୍ଚାୟତକୁ ମଧ୍ୟ କବଜା କରିଛି । ଅମ୍ୱାସା ନଗର ପରିଷଦର ୧୨ଟି ସିଟ୍‌ ମଧ୍ୟ ବିଜେପି ପୋଛି ନେଇଛି । ଅନ୍ୟପଟେ ଟିଏମସି ଓ ସିପିଆଇଏମ ଗୋଟିଏ ଲେଖାଏଁ ସିଟ୍‌ ଆଣିବାକୁ ସକ୍ଷମ ହୋଇଛନ୍ତି । ବିଜେପି ବିପୁଳ ପରିମାଣରେ ବିଜୟ ସହ ବିରୋଧୀ ତୃଣମୂଳ କଂଗ୍ରେସ, ସିପିଆଇ ଓ ସିପିଆଇଏମକୁ ଶକ୍ତ ଝଟକା ଲାଗିଛି ।