ବୁମରା ହୋଇପାରନ୍ତି ଟେଷ୍ଟ ଅଧିନାୟକ!

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପରେ ବିରାଟ କୋହଲି ଅଚାନକ ଅଧିନାୟକ ପଦରୁ ଇସ୍ତାଫା ଦେଇ ସମସ୍ତଙ୍କୁ ଚକିତ କରିଥିଲେ । ଏନେଇ ଯଶପ୍ରୀତ ବୁମରା ଏକ ସାକ୍ଷାତକାରରେ କହିଛନ୍ତି ଯେ ମୋତେ ସୁଯୋଗ ମିଳିଲେ ସେ ଟେଷ୍ଟରେ ଅଧିନାୟକ ହେବାକୁ ପ୍ରସ୍ତୁତ ଅଛି ।

ସେହିପରି ଟେଷ୍ଟ ଅଧିନାୟକତ୍ୱ ପ୍ରଶ୍ନ ଉପରେ କହିଛନ୍ତି, ଯଦି ସୁଯୋଗ ମିଳେ ତେବେ ସେ ନିଶ୍ଚିତ ରୂପେ ଦଳର ନେତୃତ୍ୱ ନେବାକୁ ପ୍ରସ୍ତୁତ । ମାତ୍ର ସେ ଏହା ପଛରେ ଧାଇଁବେ ନାହିଁ । ଦିନିକିଆ ଦଳର ଉପ ଅଧିନାୟକ ବୁମରା କହିଛନ୍ତି, ମୁଁ ଯେତିକି ସାହାଯ୍ୟ କରିିବା କଥା କରିବି । ସେହିପରି ମୁଁ ଅତିରିକ୍ତ ଦାୟିତ୍ୱର ଚାପ ନେବି ନାହିଁ । ସଭିଙ୍କ ଦାୟିତ୍ୱ ନେବା ପସନ୍ଦ ଆସିଥାଏ । ମୁଁ ଯେଉଁଭଳି ଦଳରେ ଯୋଗଦାନ ଦେଇ ପାରିବି ଦେବି ବୋଲି ବୁମରା କହିଛନ୍ତି ।