୧୫ରୁ ମାଗଣାରେ ମିଳିବ ବୁଷ୍ଟର ଡୋଜ

ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି

ନୂଆଦିଲ୍ଲୀ: ଦେଶରେ ୧୮ରୁ ୫୯ ବର୍ଷ ବୟସର ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ପ୍ରଦାନ କରାଯିବ । ସରକାରୀ ଟିକାକରଣ କେନ୍ଦ୍ରରେ ଜୁଲାଇ ୧୫ରୁ ଏହି ଅଭିଯାନ ଆରମ୍ଭ ହେବ । ବୁଷ୍ଟର ଡୋଜକୁ ନେଇ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ଆଜାଦୀର ଅମୃତ ମହୋତ୍ସବ’ ଅନ୍ତର୍ଗତ ଅଭିଯାନ ଚାଲିବ । ଏହି ଅଭିଯାନ ୭୫ ଦିନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ପ୍ରଦାନ କରିଛନ୍ତି ।