ନୂଆଦିଲ୍ଲୀ: ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ମୁଲତବି ଘୋଷଣା କରାଯାଇଛି । ତେବେ ଏହା ପୁର୍ବରୁ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ବୈଠକ କରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ନଭେମ୍ବର ୨୯ରୁ ଆରମ୍ଭ ହୋଇଥିବା ଶୀତକାଳିନ ଅଧୀବେଶନରେ ଉଭୟ ଗୃହ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି । ଦିନକ ପୂର୍ବରୁ ସରିଛି ଶୀତକାଳୀନ ଅଧିବେଶନ ।
ସେହିପରି ଭିନ୍ନ ବିଷୟକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଏଥିମଧ୍ୟରେ ରାଜ୍ୟସଭାରେ ୧୨ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା । ଶୀତ ଅଧିବେଶନରେ ମୋଟ ୧୮ ଟି କାର୍ଯ୍ୟଦିବସ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ଶୀତକାଳୀନ ଅଧିବେଶନରେ ବିରୋଧୀଦଳ ସର୍ବାଧିକ ପ୍ରସଙ୍ଗ ଉଠାଇଥିବା ଦୁଇଟି ମୁଖ୍ୟ ପ୍ରସଙ୍ଗ ଥିଲା ବେଶ ଚର୍ଚ୍ଚିତ । ତାହା ହେଉଛି ଲକ୍ଷ୍ମୀପୁର ଖେରୀ ହିଂସା ଏବଂ ରାଜ୍ୟସଭାରେ ୧୨ ସାଂସଦଙ୍କ ନିଲମ୍ବନ । ରାହୁଲ ଗାନ୍ଧୀଙ୍କ ସହ ବହୁ ବିରୋଧୀଦଳର ନେତା ଆଶିଷ ମିଶ୍ରାଙ୍କ ପିତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ନେଇ ଗୃହରେ ହୋହଲ୍ଲା କରିଥିଲେ । ଏହି ସମୟରେ ବିରୋଧୀଦଳର ନେତାମାନେ ଏକ ପଦଯାତ୍ରା କରିବା ସହ ସଂସଦ ପରିସର ବାହାରେ ପ୍ରଦର୍ଶନ କରିଥିଲେ । ତେବେ ବିରୋଧୀଙ୍କ ଏହି ବିକ୍ଷୋଭ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ପାରିତ ହୋଇଥିଲା ।