ଅତରଙ୍ଗିକୁ ବଏକଟ ଦାବି

ନୂଆଦିଲ୍ଲୀ : ବଲିଉଡର ଅଭିନେତା ଅକ୍ଷୟ କୁମାର ଓ ଧନୁଷ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଫିଲ୍ମ ଅତରଙ୍ଗି ବିବାଦରେ ଛନ୍ଦି ହୋଇଛି । ଘେରି ରହିଥିବା ଜଣାପଡିଛି । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଓ ହଟଷ୍ଟାରରେ ରିଲିଜ୍‌ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହି ଫିଲ୍ମକୁ ବଏକଟ କରିବାକୁ ସୋସିଆଲ ମିଡିଆରେ ଦାବି କରାଯାଉଛି ।

ସୂଚନା ଅନୁସାରେ ଏହି ଫିଲ୍ମରେ ସାରା ଜଣେ ବିହାରର ଝିଅ ରିଙ୍କୁ ଭୂମିକାରେ ଅଭିନୟ କରିଛନ୍ତି । ଯାହାକୁ ଜବରଦସ୍ତ ଜଣେ ତାମିଲ ପୁଅ ବିଶୁ ସହ ବିବାହ କରାଯାଇଛି । ଫିଲ୍ମରେ ଦର୍ଶାଯାଇଛି ଯେ ରିଙ୍କୁ ଜଣେ ଯାଦୁଗରଙ୍କୁ ପ୍ରେମ କରୁଛନ୍ତି ଏବଂ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ତାଙ୍କ ପାଇଁ ଛାଡିବାକୁ ପ୍ରସ୍ତୁତ ଅଛନ୍ତି । ଏହି ମାମଲାରେ ସୋସିଆଲ ମିଡିଆରେ କିଛି ଲୋକ ଏହି ଫିଲ୍ମକୁ ବିରୋଧ କରୁଛନ୍ତି । କିଛି ୟୁଜର୍ସ କହିଛନ୍ତି ଯେଉଁମାନେ ନିଜ ଝିଅମାନଙ୍କୁ ଜବରଦସ୍ତ ବିବାହ କରିବା ସହ ଜଣେ ହିନ୍ଦୁ ଝିଅ ମୁସଲମାନ ପ୍ରେମରେ ପାଗଳ ହୋଇ ନିଜ ସ୍ୱାମୀଙ୍କୁ ଛାଡିବାକୁ ପ୍ରସ୍ତୁତ ଅଛି । ତେଣୁ ଏହି ଫିଲ୍ମ ‘ଲଭ୍‌ ଜିହାଦ୍‌’କୁ ପ୍ରୋତ୍ସାହିତ କରୁଛି ।