ବନ୍ୟା, ଭୂସ୍ଖଳନ ପାଇଁ ବେହାଲ ବ୍ରାଜିଲ ; ୨୪ ମୃତ

ବେହାଲ ବ୍ରାଜିଲ୍‌‌। ବ୍ରାଜିଲର ସବୁଠାରୁ ଜନବହୁଳ ରାଜ୍ୟ ସାଓ ….

ନୂଆଦିଲ୍ଲୀ : ବେହାଲ ବ୍ରାଜିଲ୍‌‌। ବ୍ରାଜିଲର ସବୁଠାରୁ ଜନବହୁଳ ରାଜ୍ୟ ସାଓ ପାଉଲୋ ବନ୍ୟା ଓ ଭୂସ୍ଖଳନ ପାଇଁ ଦ୍ୱାରା ପରିସ୍ଥିତି ବେଶ ଜଟିଳ ହୋଇ ଯାଇଛି। ବ୍ରାଜିଲର ଅଧିକାରୀମାନେ ରବିବାର କହିଛନ୍ତି , ବନ୍ୟା ଓ ଭୂସ୍ଖଳନ ହେତୁ ଉତ୍ତର ସାଓ ପାଉଲୋର ଅନେକ ସହର ଭୟଙ୍କର ଅବସ୍ଥାରେ ଅଛନ୍ତି। ସେ କହିଛନ୍ତି ,ବର୍ତ୍ତମାନ ପର୍ୟ୍ୟନ୍ତ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ବ୍ରାଜିଲରେ ହେଉଥିବା ଲଗାଣ ବର୍ଷା କାରଣରୁ ଦେଶର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଛି। ଫଳରେ ବହୁ ସଡକ ପଥ ଧୋଇ ହୋଇ ଯାତାୟାତରେ ସମସ୍ୟା ଦେଖାଦେଇଛି। ଫଳରେ ଅଧିକାଂଶ ସ୍ଥାନରେ ଆକାଶ ମାର୍ଗରୁ ଉଦ୍ଧାର କାର୍ଯ୍ୟ କରାଯାଉଛି। ଏହାସହ ଉଦ୍ଧାରକାର୍ଯ୍ୟ ଜୋର ସୋର କରାଯାଉଥିବା ସହ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।