ବିମାନ ଦୁର୍ଘଟଣାରେ ବ୍ରାଜିଲ ଗାୟିକା ମାରିଲିୟାଙ୍କ ଦେହାନ୍ତ

ବ୍ରାଜିଲ: ବ୍ରାଜିଲର ଷ୍ଟାର୍‌ ସିଙ୍ଗର୍‌ ମାରିଲିୟା ମେଣ୍ଡୋଙ୍କାଙ୍କର ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ଏହି ବିମାନ ଦୁର୍ଘଟଣାରେ ମାରିଲିୟାଙ୍କ ସହ ତାଙ୍କର ମାମୁଁ ଥିଲେ । ଏମାନଙ୍କ ବ୍ୟତୀତ ଜଣେ ପ୍ରଡ୍ୟୁସର ଏବଂ ଦୁଇଜଣ କ୍ରୁ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ମାରିଲିୟାଙ୍କୁ ବ୍ରାଜିଲର କାରାଟିଙ୍ଗାରେ ପରଫର୍ମାନ୍ସ କରିବାର ଥିଲା ଓ ସେଠାରେ ପହଞ୍ଚିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଗଲ । ମାରିଲିୟା ତାଙ୍କର ଦୁଇ ବର୍ଷର ଶିଶୁକୁ ଛାଡି ଯାଇଥିବା କୁହାଯାଉଛି ।