ନୂଆଦିଲ୍ଲୀ : ଦୀର୍ଘ ୧୮ ବର୍ଷ ପରେ ବୈବାହିକ ଜୀବନ ବିତାଇବା ପରେ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବ୍ରେକ ହୋଇଛି । ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ସୂଚନା ଦେଇଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ଧନୁଷ । ଉଭୟଙ୍କର ଦୁଇ ପୁଅ ଅଛନ୍ତି ।
ଅନ୍ୟପକ୍ଷରେ ଧନୁଷ ଲେଖିଛନ୍ତି ଯେ, ଦୀର୍ଘ ୧୮ ବର୍ଷ ଧରି ପରସ୍ପର ବୁଝାମଣା ରଖିବା ସହିତ ଖାପ ଖୁଆଇ ଚଳିଥିଲୁ । କିନ୍ତୁ ଏବେ ଆମର ରାସ୍ତା ଏବେ ଭିନ୍ନ । ଐଶ୍ୱର୍ଯ୍ୟା ଏବଂ ମୁଁ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ । ସେହିପରି ବିବାହ ବିଚ୍ଛେଦକୁ ସାମ୍ନା କରିବା ପାଇଁ ସେମାନେ ଆବଶ୍ୟକ କରୁଥିବା ବ୍ୟକ୍ତିଗତ ଗୋପନୀୟତା ମଧ୍ୟ ପ୍ରଶଂସକମାନେ ସେମାନଙ୍କୁ ଦେବେ ବୋଲି ଧନୁଷ କହିଛନ୍ତି । ଅନ୍ୟପକ୍ଷରେ ଐଶ୍ୱର୍ଯ୍ୟା ତାଙ୍କ ଇନଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି ଯେ, କୌଣସି କ୍ୟାପସନର ଆବଶ୍ୟକତା ନାହିଁ । କେବଳ ଆପଣଙ୍କ ଭଲପାଇବା ଆବଶ୍ୟକ ।