ବିଏସଏନଏଲର ହେବ ପୁନରୁଦ୍ଧାର
ସ୍ୱଦେଶୀ ଜ୍ଞାନକୌଶଳ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି, ବିଏସଏନଏଲ ଆତ୍ମନିର୍ଭର ୪ଜି ପ୍ରଯୁକ୍ତି ପ୍ରସାରିତ କରୁଛି….
ନୂଆଦିଲ୍ଲୀ : ଟେଲିକମ ବଜାରରେ ବିଏସଏନଏଲର ଉପସ୍ଥିତି ଏକ ବଜାର ସନ୍ତୁଳନକାରୀ ଭାବେ କାର୍ଯ୍ୟ କରିଥାଏ । ଗ୍ରାମାଞ୍ଚଳରେ ଟେଲିକମ ସେବାର ସମ୍ପ୍ରସାରଣ, ସ୍ୱଦେଶୀ ଜ୍ଞାନକୌଶଳର ବିକାଶ ଏବଂ ବିପର୍ଯ୍ୟୟ ସହାୟତା କ୍ଷେତ୍ରରେ ବିଏସଏନଏଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ‘୧.୬୪ ଲକ୍ଷ କୋଟି ଟଙ୍କାର ବିଏସଏନଏଲ ପୁନରୁଦ୍ଧାର ପ୍ୟାକେଜ’କୁ ଅନୁମୋଦନ କରାଯାଇଛି ।
ବିଏସଏନଏଲ ସେବାର ଉନ୍ନତିକରଣ ପାଇଁ ଅତିରିକ୍ତ ପୁଞ୍ଜି ବିନିଯୋଗ କରିବା, ସ୍ପେକ୍ଟ୍ରମ ଆବଣ୍ଟନ କରିବା, ବାଲାନ୍ସ ସିଟକୁ ଚାପମୁକ୍ତ କରିବା ଏବଂ ବିବିଏନଏଲ ସହିତ ବିଏସଏନଏଲକୁ ମିଶ୍ରଣ ଜରିଆରେ ଫାଇବର ନେଟୱର୍କକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଇ ପୁନରୁଦ୍ଧାର ପ୍ୟାକେଜକୁ କ୍ୟାବିନେଟ ମଞ୍ଜୁରି ମିଳିଛି । ସ୍ୱଦେଶୀ ଜ୍ଞାନକୌଶଳ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି, ବିଏସଏନଏଲ ଆତ୍ମନିର୍ଭର ୪ଜି ପ୍ରଯୁକ୍ତି ପ୍ରସାରିତ କରୁଛି ।