ୟୁକ୍ରେନକୁ ସୈନ୍ୟ ଉପକରଣ ଦେବ କାନାଡା

ନୂଆଦିଲ୍ଲୀ : ୟୁକ୍ରେନ-ରୁଷ ମଧ୍ୟରେ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ରୁଷର ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି । ଅନ୍ୟପକ୍ଷରେ ରୁଷ ଏହି ଆକ୍ରମଣ ଅନେକ ଦେଶ ପୁଟିନଙ୍କୁ ସମାଲୋଚନା କରିବା ସହ ଅନେକ କଟକଣା ଲଗାଇଛନ୍ତି ।

ସେହିପରି ୟୁକ୍ରେନକୁ ମଧ୍ୟରେ ପାଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ସମର୍ଥନ ଜଣାଉଛନ୍ତି । ଏହାରି ଭିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ୟୁକ୍ରେନକୁ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି । ନିକଟରେ କାନାଡା ପ୍ରଧାନମନ୍ତ୍ରୀ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ସୈନ୍ୟ ଉପକରଣ ପଠାଇବା ନେଇ ପ୍ରତିଶ୍ରୁତି ଦେଇଛି । ଏନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏ ସଂପର୍କରେ ସୂଚନା ଦେଇଛନ୍ତି । ଏହାସହ ରୁଷ ଉପରେ ପ୍ରତିବନ୍ଧକ ଓ ୟୁକ୍ରେନ ପାଇଁ ସହାୟତା ଉପରେ ଆଲୋଚନା କରିଛନ୍ତି । କାନାଡା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କାନାଡା ସଂସଦକୁ ସମ୍ୱୋଧିତ ପାଇଁ ଆମନ୍ତ୍ରିତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନିକଟରେ ବିଟ୍ରେନ ସଂସଦକୁ ସମ୍ୱୋଧିତ କରିଥିଲେ । ସେଠାରେ ସାଂସଦମାନେ ଛିଡା ହୋଇ ୟୁକ୍ରେନ ରାଷ୍ଟ୍ରପତ ଜେଲେନସ୍କିଙ୍କୁ ସମ୍ମାନ ଜଣାଇଥିଲେ ।