ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ କ୍ୟାପ୍ଟେନ ଅମରିନ୍ଦର ସିଂହ!

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟୋ ନାୟଡୁଙ୍କ କାର୍ୟ୍ୟକାଳ ଅଗଷ୍ଟ ୧୧ରେ ସରିବ…

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପରେ ଦେଶର ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଜୁଲାଇ ୫ରୁ ଅଧୀସୂଚନା ଜାରି ହେବା ସହ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ଜୁଲାଇ ୧୯ ପର୍ୟ୍ୟନ୍ତ ଚାଲିବ । ଅଗଷ୍ଟ ୬ରେ ନିର୍ବାଚନ ହେବ ଏବଂ ସେହିଦିନ ହିଁ ଗଣତି ହେବ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟୋ ନାୟଡୁଙ୍କ କାର୍ୟ୍ୟକାଳ ଅଗଷ୍ଟ ୧୧ରେ ସରିବ । ଉପରାଷ୍ଟ୍ରତି ପଦ ଲାଗି ଏନଡିଏ ତରଫରୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ପ୍ରାର୍ଥୀ ହେବେ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଅଲଗା ହୋଇ ନିଜର ଏକ ପାର୍ଟି କରିଥିବା ଅମରିନ୍ଦର ସିଂହଙ୍କ ନାମ ଉପରେ ଏନଡିଏରେ ସହମତି ପ୍ରକାଶ ପାଇଥିବା କୁହାଯାଉଛି ।