ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଏକ ରାସ୍ତା ଧସିଯିବାରୁ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିଲ୍ଲୀ ପୋଲିସ କାର ଚାଳକଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି । ପରବର୍ତ୍ତୀ ସମୟରେ କ୍ରେନ ସାହାଯ୍ୟରେ ଗର୍ତ୍ତ ମଧ୍ୟରୁ କାର୍କୁ ଉପରକୁ ଉଠାଯାଇଛି । ବିଗତ ଦୁଇଦିନ ଧରି ପ୍ରବଳ ବର୍ଷା ଲାଗିରହିଥିବାରୁ ଦିଲ୍ଲୀର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି ।