ନଦୀ ସ୍ରୋତରେ ଭାସିଗଲା କାର: ୯ ମୃତ

କାରରେ ୧୦ଜଣ ପର୍ଯ୍ୟଟକ ରାମନଗର ସ୍ଥିତି ରିସୋର୍ଟରେ ରହି ଫେରୁଥିଲେ…

ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ରାମନଗର ଢେଲା ନଦୀ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କାର ପାଣି ସୂଅରେ ଭାସି ଯାଇଥିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ମୃତକଙ୍କ ପରିଚୟ ଖୋଜିବାରେ ଲାଗିଥିବା ବେଳେ ସମସ୍ତେ ପଞ୍ଜାବ ପଟିୟାଲାର ବୋଲି ଜଣାପଡିଛି । ସୂଚନାନୁସାରେ ଏକ କାରରେ ୧୦ଜଣ ପର୍ଯ୍ୟଟକ ରାମନଗର ସ୍ଥିତି ରିସୋର୍ଟରେ ରହି ଫେରୁଥିଲେ ।

ସେମାନେ ନଦୀ ରାସ୍ତା ଅତିକ୍ରମ କରୁଥିବାବଳେ ନଦୀରେ ଆସୁଥିବା ପ୍ରଖର ସ୍ରୋତରେ କାରଟି ଭାସି ଯାଇଥିଲା । କାରରେ ଥିବା ୪ ପର୍ଯ୍ୟଟକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ବେଳେ ଅନ୍ୟ ମୃତଦେହକୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଜଣାପଡିଛି ।