ଏଟିଏମରେ ମିଳିବ କାର୍ଡଲେସ ଟଙ୍କା ଉଠାଇବାର ସୁବିଧା: ଆର୍‌ବିଆଇ

ନୂଆଦିଲ୍ଲୀ : ଆରବିଆଇର ମନିଟାରୀ ପଲିସି ବୈଠକରେ ଏମିତି କିଛି ନିଷ୍ପତ୍ତି ନିକଆଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ମନିଟାରୀ ପଲିସି ବୈଠକରେ ଏମିତି କିଛି ନିଷ୍ପତ୍ତି ନିଆଯାଇଛି । ଏଣିକି ଦେଶର ସମସ୍ତ ଏଟିଏମରେ ମିଳିବ କାର୍ଡଲେସ ଟଙ୍କା ଉଠାଇବାର ସୁବିଧା । ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ)ର ବ୍ୟବହାରରେ ଗ୍ରାହକଙ୍କୁ ଏହି ସୁବିଧା ମିଳିବ ବୋଳି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି । ୟୁପିଆର ବ୍ୟବହାର କରି ଏଟିଏମରୁ ନଗଦ ଅର୍ଥ ଉଠାଣ ଉପରେ ଶକ୍ତିକାନ୍ତ ଦାସ ଏହି ବୈଠକରେ ପ୍ରସ୍ତାବ ଦେଇଥିଲେ । ଏହାକୁ ସହମତି ପ୍ରଦାନ କରାଯିବା ସହିତ ଏନପିସିଆଇ, ଏଟିଏମ୍‌ ନେଟୱର୍କ ଏବଂ ବ୍ୟାଙ୍କ ଗୁଡିକୁ ନିର୍ଦ୍ଦେଶ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

କାର୍ଡଲେସ୍‌ ଦେଣନେଣ ଦ୍ୱାରା କାର୍ଡ କ୍‌ଲୋନିଂ ଦ୍ୱାରା କରାଯାଉଥିବା ଆର୍ଥିକ ହେରଫେରରୁ ମଧ୍ୟ ମୁକ୍ତି ମିଳିପାରିବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଏହି ସେବା କିଛି ନିର୍ଦ୍ଧାରିତ ବ୍ୟାଙ୍କ ପ୍ରଦାନ କରୁଛନ୍ତି । ଏସବିଆଇ ପକ୍ଷରୁ ୟୋନୋ ଆପ ଜରିଆରେ ଏହି ସୁବିଧା ପ୍ରଦାନ କରାଯାଉଛି । ଏହି ସ୍ଥିତି ସମୀକ୍ଷା କରିବା ପାଇଁ ଆରବିଆଇ ପକ୍ଷରୁ ଏକ କମିଟି ମଧ୍ୟ ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।