କେକେଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ହେଉ: ବିଜେପି
ଗାୟକ କେକେଙ୍କ ମୃତ୍ୟୁରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ….
ନୂଆଦିଲ୍ଲୀ : ଗାୟକ କେକେଙ୍କ ମୃତ୍ୟୁରେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ତଦନ୍ତ ଦାବି କରିଛନ୍ତି । ଏହାସହ ଭିଯୋଗ କରିଛନ୍ତି ଯେ ପ୍ରଶାସନର ଅବ୍ୟବସ୍ଥା କାରଣରୁ ଗାୟକଙ୍କ ମୃତ୍ୟୁ ହୋଇଛି । ସୌମିତ୍ର ଖାନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଲେଖି ପତ୍ରରେ କହିଛନ୍ତି ଯେ କେକେଙ୍କ ମୃତ୍ୟୁର ତଦନ୍ତ ସିବିଆଇ ଦ୍ୱାରା କରାଯାଉ । ସେ କହିଛନ୍ତି ଯେ କେକେ କୋଲକାତାରେ ଆସିଥିଲେ, ଯେଉଁଠାରେ ତାଙ୍କୁ କାର୍ଯ୍ୟକ୍ରମ ସମୟରେ ଅସହଜ ଅନୁଭବ କରିବା ଦେଖାଯାଇଥିଲା । କିଛି ସମୟ ପରେ ସମସ୍ତଙ୍କୁ ଜଣାଯାଇଥିଲା ଯେ ଆମ ସମସ୍ତଙ୍କ ପ୍ରିୟ ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଷ୍ଟାର କୃଷ୍ଣକୁମାର କୁନ୍ନତ ରହିନାହାନ୍ତି ।
ଏହାବ୍ୟତୀତ ସୌମିତ୍ର ଖାନ ଟ୍ୱୀଟ କରି ମଧ୍ୟ କେତେକ ପ୍ରଶ୍ନ ଉଠାଇଛନ୍ତି । ସେ ଲେଖିଛନ୍ତି ଯେ ଶେଷରେ ଏହି କାମ କାହିଁକି କରିନଥିଲେ । ଟେକ୍ନିସିୟାନ କୁଆଡେ଼ ଥିଲେ ଯେଉଁମାନେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ମଞ୍ଚର କ୍ଷମତା ୩୦୦୦ ଲୋକଙ୍କର ଥିଲା, ତେବେ ସେଠାରେ ୭୦୦୦ ଲୋକ କିପରି ଥିଲେ । ମମତା ବାନାର୍ଜୀଙ୍କୁ ଟ୍ୟାଗ କରି ଲେଖିଛନ୍ତି ଯେ ଆପଣ ଦେଖେଇହେବା ବନ୍ଦ କରନ୍ତୁ ଏବଂ ଘଟଣାର ତଦନ୍ତ କରନ୍ତୁ ।