ଟିଏମସି ସାଂସଦଙ୍କୁ ସିବିଆଇର ସମନ

ନୂଆଦିଲ୍ଲୀ : ଭାରତ-ବାଂଲାଦେଶ ସୀମାରେ ହେଉଥିବା ଗୋ-ଚୋରା ଚାଲାଣ ମାମଲାରେ ତଦନ୍ତ କରୁଛି ସିବିଆଇ । ଏହି ମାମଲାରେ ତୃଣମୂଳ କଂଗ୍ରେସର ସାଂସଦ ତଥା ଅଭିନେତା ଦୀପକଙ୍କୁ ସିବିଆଇ ସମନ ଜାରି କରିଛି । ଏକ ଗଣଣାଧ୍ୟମ ସୂତ୍ରରୁ ଜଣାପଡ଼ିଛି ଯେ ସିବିଆଇ ଟିଏମସି ସାଂସଦଙ୍କୁ ନିଜର ନିଜାମ ପେଲେସ କାର୍ଯ୍ୟାଳୟରେ ଆସନ୍ତା ୧୫ ତାରିଖ ପୂର୍ବରୁ ହାଜର ହେବା ପାଇଁ କହିଛନ୍ତି । ଗୋ-ଚୋରାଚାଲାଣ ମାମଲାରେ ଅଭିଯୁକ୍ତଙ୍କୁ ପଚରା ଉଚୁରା ସମୟରେ ଅନେକଥର ଅଭିନେତା ଦୀପକଙ୍କ ନାମ ଆସିଥିବା ଜଣାପଡ଼ିଛି।