ପାକିସ୍ତାନ ଗୁଳିରେ ୩ ଭାରତୀୟ ଯବାନ ଶହୀଦ

ଶ୍ରୀନଗର: ଗୁରୁବାର ଜାମ୍ମୁ କାଶ୍ମୀରସ୍ଥିତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ ପାକିସ୍ତାନ ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ତିନିଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଅନ୍ୟ ୫ ଜଣ ସୈନିକ ଆହତ ହୋଇଥିବା ବେଳେ ସେମାନଙ୍କୁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

Indian soldier succumbs to injuries during Pakistani ceasefire violation in  Nowgam

ନାଓଗାଁ ସେକ୍ଟରରେ ଦୁଇ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ କୁପୱାଡ଼ା ଠାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି। ସେହିଭଳି ପୁଞ୍ଚରେ ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ସେନା ଯବାନଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ, ‘ପାକିସ୍ତାନୀ ସେନା ବୁଧବାର ରାତିରେ ମାନକୋଟେ ଏବଂ କୃଷ୍ଣା ଘାଟି ସେକ୍ଟରରେ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳି ଚଳାଇ, ମୋର୍ଟାର ମାଡ଼ କରି ଏହି ଅସ୍ତ୍ରବିରତି ଉଲ୍ଲଂଘନ ଆରମ୍ଭ କରିଛି। ପାକିସ୍ତାନକୁ ଏଥିପାଇଁ କଡ଼ା ଜବାବ ଦିଆଯିବ। ସେମାନେ ଭାରତୀୟ ସୈନ୍ୟ ଆଡ୍ଡାକୁ ବାରମ୍ବାର ମୋର୍ଟାର ଯୋଗେ ଟାର୍ଗେଟ କରୁଛନ୍ତି। ପାକିସ୍ଥାନ ପଟେ କେହି ମୃତାହତ ହୋଇଛନ୍ତି କି ନାହିଁ ଜଣାପଡ଼ିନି’।

Two Indian soldiers killed in attack on army base near Line of Control -  World - DAWN.COM

ସେପ୍ଟେମ୍ବରରେ ପାକିସ୍ତାନୀ ସେନା ୪୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଗତ ଆଠ ମାସ ମଧ୍ୟରେ ପାକିସ୍ତାନ ଦ୍ୱାରା ୩୦୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣାଯାଇଛି, ଯାହାକି ଗତ ୧୭ ବର୍ଷ ମଧ୍ୟରେ ସର୍ବାଧିକ।