ଆସନ୍ତା ମାସରେ ବାହା ହେବେ କରିସ୍ମା

ନୂଆଦିଲ୍ଲୀ : ଅଭିନେତ୍ରୀ କରିସ୍ମା ତନ୍ନା ଚଳିତ ମାସରେ ବିବାହ କରିବାକୁ ଯାଉଛନ୍ତି । ସେ ଆସନ୍ତା ଫେବୃଆରୀ ମାସରେ ବାହା ହେବେ ବୋଲି ଶୁଣିବାକୁ ମିଳୁଛି । ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ବିବାହକୁ ବହୁଦିନ ଧରି ଅପେକ୍ଷା କରିଛନ୍ତି ପ୍ରଶଂସକମାନେ । ବର୍ତ୍ତମାନ କରିସ୍ମାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ କରିସ୍ମା ପ୍ରେମିକ ବରୁଣ ବଙ୍ଗେରାଙ୍କ ସହ ମାର୍କେଟରେ ନଜର ଆସିଛନ୍ତି ।

ସେ କହିଛନ୍ତି ଯେ ତାଙ୍କ ପ୍ରେମିକା ବରୁଣଙ୍କ ସହ ବିବାହ କରୁଛନ୍ତି । ଯେତେବେଳେ କରିସ୍ମାଙ୍କୁ ତାଙ୍କ ବିବାହ ବିଷୟରେ ପଚରାଗଲା ସେ କହିଥିଲେ, ହଁ, ମୁଁ ବିବାହ କରୁଛି । ଅନ୍ୟପକ୍ଷରେ କରିସ୍ମା ଅଫିସିଆଲି ଭାବରେ ସେମାନଙ୍କ ବିବାହ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଫେବୃଆରୀ ୪ରେ କରିସ୍ମାଙ୍କ ସଂଗୀତ ଏବଂ ମେହେନ୍ଦି କାର୍ଯ୍ୟକ୍ରମ ଓ ୫ରେ ଉଭୟ ବିବାହ କରିବା ସହ ଫେବୃଆରୀ ୬ରେ ଉଭୟ ଗ୍ରାଣ୍ଡ ରିସେପ୍ସନ୍‌ କରିବେ ବୋଲି ସୂଚନା ମିଳିଛି ।