ବେଙ୍ଗାଲୁରୁ : କର୍ଣ୍ଣାଟକର ବେଲଗାବୀ ଜିଲ୍ଲାର ଏକ ସ୍କୁଲ୍ ହେଡମାଷ୍ଟର ସୁରେଶ ନର୍ସଙ୍କୁ ସେକ୍ସ ମେସେଜ କରି ମାଡ ଖାଇଛନ୍ତି । ଏହି ମାମଲାର ଭିଡିଓ ଭାଇରାଲ ହେବା ପରେ ଅନ୍ୟ ମହିଳା ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ମିଳିଥିବା ସୂଚନା ଅନୁସାରେ, ହେଡ ମାଷ୍ଟର ଜଣଙ୍କ ନର୍ସଙ୍କୁ ଭେଟିଥିଲେ । ନର୍ସ ଜଣଙ୍କ ଦୁଇ ସପ୍ତାହ ପୂର୍ବରୁ ଟିକାକରଣ ଅଭିଯାନ ପାଇଁ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ୟ୍ୟ କରୁଥିଲେ । ତାଙ୍କର ଫୋନ୍ ନମ୍ବର ପାଇବା ପରେ ରସିକିଆ ମାଷ୍ଟର ତାଙ୍କୁ ସେକ୍ସ ଚାଟ୍ ଓ ଫଟୋ ପଠାଉଥିଲା । ଏପରିକି ଶାରୀରିକ ସମ୍ପର୍କ ରଖିବାକୁ ବି ମେସେଜ ପଠାଉଥିଲେ । ନର୍ସ ବାରମ୍ବାର ତାଗିଦ କରିଥିଲେ ହେଁ ସେ ଶୁଣିନଥିଲେ । ପରେ ନର୍ସଙ୍କ ଅଭିଯୋଗ ପରେ ଶିକ୍ଷା ବିଭାଗ ତାଙ୍କୁ ନିଲମ୍ବନ କରିଛି ।