ଦିଲ୍ଲୀ କ୍ୟାପିଟାଲ୍‌ସକୁ ହରାଇଲା ଚେନ୍ନଇ ସୁପର କିଙ୍ଗ୍‌ସ

ଚେନ୍ନଇ : ଦିଲ୍ଲୀ କ୍ୟାପିଟାଲ୍‌ସ ଦଳକୁ ୨୭ ରନ୍‌ରେ ପରାସ୍ତକରି ୧୨ଶ ମ୍ୟାଚ୍‌ରେ ୭ମ ବିଜୟ ସହ ସିଏସ୍‌କେ ପଏଣ୍ଟ ଟେବୁଲର ୨ୟ ସ୍ଥାନ ବଜାୟ ରଖିଛି। ଏହାସହ ଚେନ୍ନଇ ପ୍ଲେଅଫ୍‌ ଖେଳିବାର ନିକଟତର ମଧ୍ୟ ହୋଇଛି। କେହି ବଡ଼ ସ୍କୋର୍‌ କରିନଥିଲେ ହେଁ ୬ ଜଣ ବ୍ୟାଟ୍‌ସମ୍ୟାନ ୨୦ରୁ ଅଧିକ ରନ୍‌ କରିବାରୁ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନଇ ସୁପର କିଙ୍ଗ୍‌ସ ୮ ୱିକେଟରେ ୧୬୭ ରନ୍‌ କରିଥିଲା। ସିଏସ୍‌କେର ବୋଲରମାନେ ନିୟମିତ ୱିକେଟ ନେବାରୁ ଦିଲ୍ଲୀ କ୍ୟାପିଟାଲ୍‌ସ ୮ ୱିକେଟ ହରାଇ ମାତ୍ର ୧୪୦ ରନ୍‌ କରି ପାରିଥିଲା। ୧୧ଶ ମ୍ୟାଚ୍‌ରେ ୭ମ ପରାଜୟ ପରେ ଦିଲ୍ଲୀ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିବାର ଦ୍ବାରରେ ପହଞ୍ଚି ଯାଇଛି।