ଚୁଇଂଗମ୍‌ ରୋକିବ କୋଭିଡ ସଂକ୍ରମଣ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ବଜାରକୁ ଆସିବ ଚୁଇଂଗମ୍‌ । ଯାହା କୋଭିଡ ଭାଇରସକୁ ମାତ ଦେବ । ଏନେଇ ଆମେରିକା ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହି ଚୁଇଂଗମକୁ ପ୍ରସ୍ତୁତ କରିଛନ୍ତି । ଏହି ଚୁଇଂଗମ କୋଭିଡ ଭୂତାଣୁକୁ ସହଜରେ ଏଡାଯାଇ ପାରିବ । ସବୁ ବର୍ଗର ଲୋକଙ୍କ ଲାଗି ଏହି ଚୁଇଂଗମ୍‌ କରୋନା କବଚ ସାବ୍ୟସ୍ତ ହେବ । ଏହି ଚୁଇଂଗମ ଜରିଆରେ ଲାଳରେ କୋଭିଡନାଶକ ସୃଷ୍ଟିକାରୀ ସୃଷ୍ଟି ହୋଇଥାଏ ।

ଏହି ଚୁଇଂଗମକୁ ବୈଜ୍ଞାନିକମାନେ ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି ବୋଲି କହିଛନ୍ତି ଗବେଷକ ହେନେରି ଡାନିଏଲ । ସଂକ୍ରମିତ ଲୋକଙ୍କ ଛିଙ୍କ, କଫ ଜରିଆରେ ତଥା ସେମାନେ କଥାବାର୍ତ୍ତା କରିବା ସମୟରେ ଭୂତାଣୁ ସଂକ୍ରମିତ ହୋଇଥାଏ । ମାତ୍ର ଏହି ଚୁଇଂଗମ ଖାଇବା ଦ୍ୱାରା ଲାଳରେ ଉକ୍ତ ଭୂତାଣୁ ନିଷ୍କ୍ରିୟ ହୋଇଯାଇଥାଏ । ସେହିପରି ମାନବ କୋଷରେ ଏସ-୨ର ରିସେପ୍ଟର କୋଭିଡ ଭୂତାଣୁର ପ୍ରୋଟିନକୁ ନିଷ୍କ୍ରିୟ କରିଥାଏ । ଫଳରେ ଏହି ଭୂତାଣୁ ସଂକ୍ରମିତ ହେବାର କ୍ଷମତା ହରାଇଥାଏ । ପ୍ରାଥମିକ ଭାବେ ପାଟି ଜରିଆରେ ଭୂତାଣୁର ସଂକ୍ରମଣ ବ୍ୟାପିଥିବା ବେଳେ ଏହି ଚୁଇଂଗମ ଏହାର ପ୍ରତିରୋଧ କରିବ । ଏହି ଚୁଇଂଗମ ଯେକୌଣସି ବର୍ଗର ଲୋକେ ବ୍ୟବହାର କରିପାରିବେ । ସେହିପରି ଏହି ଚୁଇଗଂମର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି ।