ଭୂକମ୍ପରେ ଥରିଲା ଛତିଶଗଡ଼

ଭୂକମ୍ପ କାରଣରୁ ଏସଇସିଏଲ ଚରଚା ଅଣ୍ଡର ଗ୍ରାଉଣ୍ଡ ମାଇଂସ ଭିତରେ ଗୋଫ ଖସିବାରୁ ଦୁଇ ଶ୍ରମିକ ଆହତ ହୋଇଛନ୍ତି….

ରାୟପୁର : ଛତିଶଗଡ଼ର କୋରିୟା ଜିଲ୍ଲାରେ ବିଳମ୍ବିତ ରାତିରେ କେତେକ ଜାଗାରେ ଭୂକମ୍ପ ଝଟକା ଅନୁଭବ କରାଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪ ବୋଲି ମପାଯାଇଛି । ଭୂକମ୍ପ କାରଣରୁ ଏସଇସିଏଲ ଚରଚା ଅଣ୍ଡର ଗ୍ରାଉଣ୍ଡ ମାଇଂସ ଭିତରେ ଗୋଫ ଖସିବାରୁ ଦୁଇ ଶ୍ରମିକ ଆହତ ହୋଇଛନ୍ତି । ଜିଲ୍ଲା ପ୍ରଶାସନରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟାଳୟ ବୈକୁଣ୍ଠପୁର ସମେତ ଆଖପାଖର ଅଂଚଳରେ ଭୂକମ୍ପର ଝଟକା ଅନୁଭବ କରାଯାଇଛି ।