ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ

ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ୩ ଦିନିଆ ଲଦାଖ ଗସ୍ତ କରିଛନ୍ତି….

ନୂଆଦିଲ୍ଲୀ : ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ୩ ଦିନିଆ ଲଦାଖ ଗସ୍ତ କରିଛନ୍ତି । ଏହି ଗସ୍ତରେ ସେ ନିୟନ୍ତ୍ରଣ ରେଖା ଏଲଏସିରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ କିିଛି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି । ସେହିପରି ସେଠାରେ ଭାରତୀୟ ସେନାର ଫରୱାଡ ପୋଷ୍ଟ ପରିଦର୍ଶନ କରିବା ସହ ବରିଷ୍ଠ ସେନାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ସେନା ବ୍ୟବହାର କରୁଥିବା ଯୁଦ୍ଧାସ୍ତ୍ର ଓ ଯନ୍ତ୍ରାଂଶ ଓ ଯୁଦ୍ଧ ଯାନ ଆଦି ପରିଦର୍ଶନ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେବା ପୂର୍ବରୁ ମଧ୍ୟ ଏହି କ୍ଷେତ୍ରରେ ନେତୃତ୍ୱ ମଧ୍ୟ ନେଉଥିଲେ । ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ପୂର୍ବ-ଲଦାଖ କ୍ଷେତ୍ରର ପ୍ରକୃତ ନିୟନ୍ତ୍ରଣ ରେଖାରେ ଭାରତୀୟ ଅଞ୍ଚଳକୁ ସୁରକ୍ଷିତ ରଖିବା ଓ ଚୀନ ସେନାର ଗତିବିଧିକୁ ନିରୀକ୍ଷଣ କରି ମୁକାବିଲା ରଣନୀତି ପ୍ରସ୍ତୁତ କରିବା ବର୍ତ୍ତମାନ ଭାରତୀୟ ସେନା ପାଇଁ ସବୁଠୁ ବଡ ଆହ୍ୱାନ ପାଲଟିଛି ।