ବେଜିଂ: କରୋନା ଭୂତାଣୁର ଡେଲଟା ଭାରିଏଣ୍ଟ ସଂକ୍ରମଣ ଚୀନକୁ ପୁଣି ଥରେ ଅସ୍ତବ୍ୟସ୍ତ କରିପକାଇଛି । ଯାହା ଦେଶରେ ଫେରିଛି ଲକ୍ଡାଉନ । ଚୀନରେ ଫୁଜିଆନ ପ୍ରାନ୍ତରେ ଥିବା ସାୟାମେନରୁ ୫୫ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଶୀଘ୍ର ବ୍ୟାପୁଥିବା ଏହି ଡେଲଟା ଭାରିଏଣ୍ଟ ଭୂତାଣୁ ଚୀନର ୨୦ ସହରରେ ଉପସ୍ଥିତି ଜାହିର କରିଥିବାବେଳେ ଉହାନ ସହରକୁ ଲାଗିଥିବା ଟ୍ରେନ ଷ୍ଟେସନରେ ଏହାର କ୍ଲଷ୍ଟର ଚିହ୍ନଟ ହୋଇଛି । ବେଜିଂ ସମେତ ବହୁ ପ୍ରମୁଖ ସହରରେ ଏବେ ଟେଷ୍ଟିଂ ଜୋରଦାର ହେଉଥିବା ବେଳେ ଅତିକମ୍ରେ ୧୨ ଲକ୍ଷ ଲୋକ ଏବେ ଲକଡାଉନରେ ଅଛନ୍ତି । ସେହିଭଳି ଗତ ସପ୍ତାହରେ ଝାଙ୍ଗଜିଆଜେରେ ଲକଡାଉନ ଲାଗିଥିବା ବେଳେ ବେଜିଂକୁ ବାହାର ଲୋକଙ୍କୁ ଯିବାକୁ ଅନୁମତି ଦିଆଯାଉନାହିଁ ।