ନୂଆଦିଲ୍ଲୀ: ଚୀନ ନିଜର ‘ସ୍ପେସ ଷ୍ଟେସନ’ ତିଆରି କରୁଛି, ଯାହାକି ଏହା ଅଧାରେ ରହିଛି । ରବିବାର ଚୀନ ନିଜର ୩ ଜଣ ମହାକାଶଚାରୀଙ୍କୁ ଏହି କାମ ପୂରା କରିବାକୁ ମହାକାଶକୁ ପଠାଇଛି । ସେଠାରେ ସେମାନେ ଏହି କାମ ପୂରା କରିବେ । ମହାକାଶରେ ଏହି ୩ ଜଣ ୬ ମାସ ପର୍ଯ୍ୟନ୍ତ ରହିବେ । କାରଣ ସ୍ପେସ ଷ୍ଟେସନ ଏବେ ଆଡଭାନ୍ସ ସ୍ତରରେ ପହଞ୍ଚି ଯାଇଛି । ଶେନଝୋଉ-୧୪ ମହାକାଶ ଯାନକୁ ନେବା ପାଇଁ ଏକ ଲଙ୍ଗ ମାର୍ଚ୍ଚ-୨ ଏଫ୍ ରକେଟ ରବିବାର ସ୍ଥାନୀୟ ସମୟ ଅନୁସାରେ ସକାଳ ୧୦ଟା ୪୪ରେ ଗାନେସୁ ଉତ୍ତର-ପଶ୍ଚିମ ରାଜ୍ୟରେ ଜିଓକ୍ୱାନ ସାଟାଲାଇଟ ଲଞ୍ଚ ସେଣ୍ଟରୁ ବାହାରିଥିଲା । ଚୀନ ଭାଷାରେ ଡିଭାଇନ ଭେସଲ ଏହାକୁ କୁହାଯାଇଥାଏ । ଏହି ମିଶନର କମାଣ୍ଡର ଚେନ ଡୋଙ୍ଗ, ଯାହାଙ୍କର ସାଥୀରେ ଲିୟୁ ୟାଙ୍ଗ ଓ କ୍ୟାୟୀ ଜୁଜେ ମଧ୍ୟ ଅଛନ୍ତି । ଏହି ତିନି ଜଣ ୬ ମାସ ଯାଏଁ ମହାକାଶରେ ରହିବେ ।