ଚାଇନାର ଅନୁସନ୍ଧାନକାରୀମାନେ ଏକ ନୂତନ ଭୁତାଣୁର ଖୋଜ କରିଛନ୍ତି ୱହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରେ ଯାହାର ମନୁଷ୍ୟର କ୍ଷତି କରିବାର କ୍ଷମତା ରହୁଛି । ଏହାର ନାଁ ଏଚକେୟୁ-୫ କୋଭ୍-୨ ରଖାଯାଇଛି । କୋଭିଡ-୧୯ ଭୁତାଣୁ ଭଳି ଇୟେ ମଧ୍ୟ ମଣିଷକୁ ସଂକ୍ରମଣ କରିପାରେ ବୋଲି ଆଶଙ୍କା ରହୁଛି । ଏପର୍ଯ୍ୟନ୍ତ ଏହି ଭୁତାଣୁ କୌଣସି ମଣିଷ ପାଖରେ ଦେଖିବାକୁ ମିଳିନି କେବେଳ ଲାବୋରେଟୋରୀ ରେ ମିଳିଛି ।
ପରବର୍ତୀ ସମୟରେ ଏହି ଜୀବାଣୁ କେତେ ଘାତକ ହୋଇପାରେ ସେ ଉପରେ ଅନୁସନ୍ଧାନ ଚାଲିଛି । ବ୍ୟାଟ୍ ଭାଇରସ୍ HKU5-CoV-2 ରେ ଏକ ଅଂଶ ଅଛି ଯାହା ଫୁରିନ୍ କ୍ଲାଭେଜ୍ ସାଇଟ୍ ଭାବରେ ଜଣାଶୁଣା ଯାହା କୋଷ ପୃଷ୍ଠରେ ACE2 ରିସେପ୍ଟର ପ୍ରୋଟିନ୍ ମାଧ୍ୟମରେ କୋଷରେ ପ୍ରବେଶ କରିବାରେ ସାହାଯ୍ୟ କରେ । ବର୍ତମାନ ସୁଦ୍ଧା ଭୁତାଣୁଟି କୌଣସି ମଣିଷ ଶରୀରରେ ଥିବାର ଠାବ ହୋଇନାହିଁ ।