ଏଲିୟନ୍ସ ସହ ସଂପର୍କରେ ଅଛନ୍ତି ଚୀନ ବୈଜ୍ଞାନିକ!

ବିଶ୍ୱରେ ଏଲିୟନ୍ସକୁ ନେଇ ବହୁ ସମୟରେ ଚର୍ଚ୍ଚା ହୋଇଥାଏ । ସତରେ କ’ଣ..

ନୂଆଦିଲ୍ଲୀ : ବିଶ୍ୱରେ ଏଲିୟନ୍ସକୁ ନେଇ ବହୁ ସମୟରେ ଚର୍ଚ୍ଚା ହୋଇଥାଏ । ସତରେ କ’ଣ ଏଲିୟନ୍ସ ଏହି ବିଶ୍ୱରେ ବସବାସ କରୁଛନ୍ତି । ବୈଜ୍ଞାନିକମାନେ ଏ ଦିଗରେ ବ୍ୟାପକ ଅନୁସନ୍ଧାନ ଚଳାଇଥିଲେ ମଧ୍ୟ କୌଣସି ପ୍ରକାରର ସଫଳତା ହାସଲ କରିନାହାନ୍ତି । ଚୀନ ସରକାରଙ୍କ ଦ୍ୱାରା ସମର୍ଥିତ ସାଇନ୍ସ ଆଣ୍ଡ ଟେକ୍ନୋଲଜି ଡେଲିର ଏକ ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଟିମ ୨୦୨୦ରେ ପ୍ରଥମତଃ ସାଂକେତିକ ସିଗ୍‌ନାଲର ୨ ସେଟ ଦେଖିଥିଲେ । ଏହି ସିଗନାଲକୁ ୨୦୧୯ରେ ଫାଷ୍ଟ ଟେଲିସ୍କୋପ କ୍ୟାପଚର କରିଥିଲା । ଏତଦବ୍ୟତୀତ ଏକ୍ସପ୍ଲାନେଡ଼କୁ ଟାର୍ଗେଟ କରି ସଂଗ୍ରହ କରାଯାଇଥିବା ଡାଟାରୁ ମଧ୍ୟ ଏଲିୟନ୍ସ ଥିବାର ଏକ ସିଗନାଲ ମିଳିଛି । ଯେଉଁମାନେ ବେଜିଂ ନର୍ମାଲ ୟୁନିଭରସିଟିର ଗବେଷକମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି ।