କ୍ରୁଜ ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କୁ କ୍ଲିନଚିଟ୍‌

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ…

ନୂଆଦିଲ୍ଲୀ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନଚିଟ୍‌ ଦିଆଯାଇଛି । ଏନସିବି ତରଫରୁ ଦାୟର ହୋଇଥିବା ଚାର୍ଜସିଟରେ ଆର୍ଯ୍ୟନଙ୍କ ନାମ ସାମିଲ ନାହିଁ । କେବଳ ୧୪ ଲୋକଙ୍କ ବିରୋଧରେ ଅଭିଯୋଗ ପତ୍ର ଦାୟର ହୋଇଛ । ଆର୍ଯ୍ୟନଙ୍କ ସମେତ ୬ ଜଣଙ୍କ ବିରୋଧରେ ପ୍ରମାଣ ନମିଳିବାରୁ ସେମାନଙ୍କୁ ଛାଡି ଦିଆଯାଇଛି । ସୂଚନାଯୋଗ୍ୟ କ୍ରୁଜ ଡ୍ରଗ୍ସ ମାମଲାରେ ମୋଟ ୨୦ଜଣ ଅଭିଯୁକ୍ତ ରହିଛନ୍ତି ।