କୋକାକୋଲା କିଣିବେ ଏଲନ ମସ୍କ!

ଟ୍ୱିଟର ପରେ ଏବେ କୋକାକୋଲା କିଣିବାକୁ ଯାଉଛନ୍ତି ଏଲନ ମସ୍କଙ୍କ…

ନୂଆଦିଲ୍ଲୀ : ଟ୍ୱିଟର ପରେ ଏବେ କୋକାକୋଲା କିଣିବାକୁ ଯାଉଛନ୍ତି ଏଲନ ମସ୍କଙ୍କ ଆଖି । ଏଲନ ମସ୍କ ଏକ ଟ୍ୱିଟ୍‌ କରିଛନ୍ତି ଯେ କୋକାକୋଲା କିଣିବେ ବୋଲି କହିଛନ୍ତି । ଟ୍ୱିଟର କିଣିବା ପରେ ଏଲନ ଲଗାତର ଭାବେ ଟ୍ୱିଟ୍‌ କରୁଛନ୍ତି । ଏବେ ସେ ଟ୍ୱିଟ୍‌ କରି କହିଛନ୍ତି ଯେ ଏହାପରେ ସେ କୋକାକୋଲା କିଣିବେ । ଏଥିରେ ସେ କୋକେନ୍‌ ପକାଇପାରିବେ ବୋଲି ମଧ୍ୟ କହିଛନ୍ତି । ସୂଚନାଯୋଗ୍ୟ ଯେ, ନିକଟରେ ସେ ଟ୍ୱିଟର କିଣିବା ପାଇଁ ୪୪ ବିଲିୟନ ଡଲାର ବା ୩୩୬୮ ଅରବ ଟଙ୍କା ଖର୍ଚ୍ଚ କରିଥିଲେ ।