ବୁଗୋଟା: ବିଦ୍ରୋହୀଙ୍କ କବଳକୁ ଚାଲି ଯାଇଥିବା ଅଂଚଳକୁ ପୁନଃ ଫେରାଇ ଆଣିବା ପାଇଁ କଲମ୍ବିଆର ନୂଆ ପ୍ରତିରକ୍ଷା ମନ୍ତ୍ରୀ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ।
ମଙ୍ଗଳବାର ଦିନ ସେନାବାହିନୀକୁ ଉଦ୍ବୋଧନ ଦେବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ପେଡ୍ରୋ ସାନ୍ଚେଜ କହିଛନ୍ତି ଯେ ବିଦ୍ରୋହୀଙ୍କୁ ଉଚିତ ଜବାବ ଦେବା ପାଇଁ ସମୟ ଆସିଛି । ଦେଶର ସାର୍ବଭୌମତ୍ୱକୁ ବଜାୟ ରଖିବା ଓ ଲୋକମାନଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବା ଦିଗରେ ଆମମାନଙ୍କୁ ଆଗେଇ ଯିବାକୁ ପଡ଼ିବ । କଲମ୍ବିଆ ସରକାରଙ୍କୁ ଅବମାନନା କରୁଥିବା ବିଦ୍ରୋହୀ ସଂଗଠନକୁ ଆଉ କ୍ଷଣେ ବରଦାସ୍ତ କରାଯିବନି । ସୂଚନାଯୋଗ୍ୟ, କଲମ୍ବିଆର ନୂତନ ପ୍ରତିରକ୍ଷା ମନ୍ତ୍ରୀ ସାନ୍ଚେଜ୍ ରାଜନୀତିରେ ପାଦ ଦେବା ପୂର୍ବରୁ ସେନାବାହିନୀରେ ଜଣେ ବରିଷ୍ଠ ପଦାଧିକାରୀ ଥିଲେ ।