ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ପୁଣି ଥରେ ନିଜର ଫଟୋ ସେୟାର କରି ଟ୍ରୋଲ ହୋଇଛନ୍ତି । ଅନନ୍ୟା ତାଙ୍କର ଏକ ଫଟୋ ଇନଷ୍ଟାରେ ସେୟାର କରିଛନ୍ତି । ସେ ଏହି ଫଟୋରେ ଷ୍ଟାଇଲିସ୍ ଦେଖାଯାଉଛନ୍ତି । କିନ୍ତୁ ଏହି ଫଟୋରେ ତାଙ୍କର ଅନ୍ଦାଜ ସମ୍ପୂର୍ଣ୍ଣ ଭିନ୍ନ । ଏହି ଫଟୋରେ ଅନନ୍ୟା ପାଣ୍ଡେ ଏକ ୱେବ୍ ପରି କପଡା ପିନ୍ଧିଛନ୍ତି । ତାଙ୍କ ଫଟୋ ଶେଷରେ ସେ ଏକ ପ୍ୟାକ୍ ହୋଇଥିବା ଆପଲର ଫଟୋ ସେୟାର କରି ନିଜକୁ ଟ୍ରୋଲ କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି ମୁଁ ଭଲ ଭାବେ ଜାଣିଛି ଯେ ମୁଁ ଏକ ଫଳ ପରି ଦେଖାଯାଉଛି ଯାହା ୱେବରେ ପ୍ୟାକେଜ୍ ହୋଇଛି ।