ସିଇସିଙ୍କ ବିରୋଧରେ ମହାଭିଯୋଗ ଖାରଜ

ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ …

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ବିରୋଧରେ ୧୯୩ ସାଂସଦଙ୍କ ଦ୍ୱାରା ଆଗତ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରି ଦିଆଯାଇଛି। ରାଜ୍ୟସଭା ବାଚସ୍ପତି ପ୍ରସ୍ତାବର ସବୁ ଦିଗକୁ ନିରପେକ୍ଷ ଭାବେ ମୂଲ୍ୟାଙ୍କନ କରିଥିଲେ। ବିଚାରପତି (ତଦନ୍ତ) ଆଇନର କ୍ଷମତାକୁ ପ୍ରୟୋଗ କରି ଏହାକୁ ଖାରଜ କରିଛନ୍ତି। ବର୍ତମାନ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ସୁରକ୍ଷିତ ରହିଛି। ମାର୍ଚ୍ଚ ୧୨ ତାରିଖରେ ରାଜ୍ୟସଭାରେ ଆଗତ ହୋଇଥିବା ଏହି ପ୍ରସ୍ତାବ ଉପରେ ରାଜ୍ୟସଭାର ଅଧ୍ୟକ୍ଷ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ସମସ୍ତ ପ୍ରାସଙ୍ଗିକ ଦିଗ ଏବଂ ପ୍ରସଙ୍ଗଗୁଡ଼ିକୁ ନିରପେକ୍ଷ ଭାବରେ ମୂଲ୍ୟାଙ୍କନ କରିବା ପରେ, ଅଧ୍ୟକ୍ଷ ବିଚାରପତି (ତଦନ୍ତ) ଆଇନ, ୧୯୬୮ର ଧାରା ୩ ଅନୁଯାୟୀ ତାଙ୍କ କ୍ଷମତା ବ୍ୟବହାର କରି, ଏହାକୁ ସ୍ୱୀକାର କରିବାକୁ ମନା କରି ଦେଇଥିଲେ।