ସହମତିର ଶାରୀରିକ ସମ୍ପର୍କ ବଳତ୍କାର ନୁହେଁ-shaksi news

ଭୁବନେଶ୍ୱର( ଏସ୍ ନ୍ୟୁଜ ): ମିଛ ଧର୍ଷଣ ମାମଲାକୁ ରୋକିବାକୁ ମହିଳାଙ୍କୁ ଦିଲ୍ଲୀ ହାଇକୋର୍ଟ ଛାଟ । ବିବାହାର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବାକୁ ବଳତ୍କାର ଶ୍ରେଣୀଭୂକ୍ତ କରାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତିି। କାରଣ ଏଭଳି ସମ୍ପର୍କ ଦୀର୍ଘଦିନ ଧରି ମହିଳା ମାନଙ୍କ ସହମତିରେ ହୋଇଥାଏ । ତେଣୁ ଏହା କେବେବି ବଳତ୍କାର ନୁହେଁ । ଦିଲ୍ଲୀ ହାଇକୋର୍ଟର ବିଚାରପତି ବିଭୁ ବାଖରୁଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି ।

ରାୟରେ ବିଚାରପତି ବିଭୁ ବାଖରୁ କହିଛନ୍ତି କି ବିବାହ ପ୍ରତିଶ୍ରୁତି ଦ୍ୱାରା ସ୍ୱଇଚ୍ଛାରେ ସ୍ଥାପନ କରାଯାଉଥିବା ଶାରୀରିକ ସଂପର୍କକୁ ଅନୈତିକ କୁହାଯାଇପାରିବ ନାହିଁ । ଭାରତୀୟ ପିଙ୍ଗଳ କୋଡର ଧାରା ୩୭୫ ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘଦିନ ଶାରୀରିକ ସଂପର୍କ ସ୍ଥାପନ କରିବାରେ ଉଭୟ ମହିଳା ଓ ପୁରୁଷଙ୍କର ସହମତି ରହିଥାଏ । ତେଣୁ ଏହାକୁ ବଳତ୍କାର କୁହାଯାଇ ପାରିବ ନାହିଁ ।

ଏଠାରେ ପ୍ରକାଶ ଥାଉକି ,୨୦୦୮ ରେ ଜେଣ ମହିଳା ଅଭିଯୋଗ କରିଥିଲେ କି ଜଣେ ପୁରୁଷ ତାଙ୍କୁ ବିବାହା ପ୍ରତିଶ୍ରୁତି ଦେଇ ବାରମ୍ବାର ତାଙ୍କ ସହିତ ଶାରୀରିକ ସଂପର୍କ ସ୍ଥାପନ କରିଥିଲେ ଓ ଏହା ପରେ ସେ ତାଙ୍କୁ ବିବାହ କରିନଥିଲେ । ଫଳରେ ମହିଳା ଜଣଙ୍କ ସେହି ପୁରୁଷଙ୍କ ନାମରେ କୋର୍ଟରେ ବଳତ୍କାର ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି । ଫଳରେ ଅଭିଯୁକ୍ତ ଜଣଙ୍କ ନିର୍ଦ୍ଦୋଷରେ କେସରୁ ବାହାରିଛନ୍ତି ।

ତେବେ ବର୍ତ୍ତମାନ ଦିନକୁ ଦିନ ବିବାହ ପୂର୍ବରୁ ଶରୀରିକ ସଂପର୍କ ସ୍ଥାପନ କରୁଥିବା ମହିଳା ଓ ପୁରୁଷ ମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ଯାହା ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି । ମାତ୍ର କିଛି କ୍ଷେତ୍ରରେ ପ୍ରେମରେ ବିଫଳ ହେବା ବା ପ୍ରେମିକ ସହିତ ମନୋମାଳିନ୍ୟ ହେବା ବେଳେ ମହିଳା ମାନେ ଏହାର ସୁଯୋଗ ନେଇ ପୁରୁଷବନ୍ଧୁଙ୍କ ନାମରେ ବଳତ୍କାର ଅଭିଯୋଗ ଆଣୁଛନ୍ତି । ହେଲେ ଉଭୟଙ୍କ ସହମତିରେ ସଂପର୍କ ସ୍ଥାପନ ହୋଇଥିବା ବେଳେ ଏହାର ସୁଯୋଗ ମହିଳା ଜଣଙ୍କ ନେଉଛି ଓ ପୁରୁଷ ମାନେ ଦଣ୍ଡିତ ହେଉଛନ୍ତି । ଏଭଳି କ୍ଷେତ୍ରରେ ଦିଲ୍ଲୀ ହାଇକୋର୍ଟଙ୍କ ଏଭଳି ରାୟକୁ ବିଭିନ୍ନ ମହଲାରେ ସ୍ୱାଗତ କରାଯାଇଛି ।