ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ସେ ସ୍ପଷ୍ଟ କରିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନ ଇଣ୍ଡି ମେଂଟ ସହ ମିଳିତ ଭାବରେ ଲଢିବେ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି, ଆଗାମୀ ନିର୍ବାଚନରେ ଆମେ ସମସ୍ତେ ଇଣ୍ଡି ମେଂଟ ସହିତ ଲଢ଼ିବୁ। ଅଖିଳେଶ କହିଛନ୍ତି, ୟୁପି ଲୋକମାନେ ପରିବର୍ତନ ଆଣିବାକୁ ଯାଉଛନ୍ତି। ବିଜେପି ଦେଶକୁ ଏକ ଅବ୍ୟବସ୍ଥାରେ ପରିଣତ କରିଛି। ଡଲାର ତୁଳନାରେ ଟଙ୍କା ୯୦ ଛୁଇଁଲାଣି। ଦାରିଦ୍ର୍ୟ, ମୁଦ୍ରାସ୍ଫୀତି ଏବଂ ବେକାରୀ ବୃଦ୍ଧି ପାଉଛି। ସେହିଭଳି ଏସ୍ଆଇଆର୍କୁ ନେଇ ଅଖିଳେଶ କହିଛନ୍ତି, ଭୋଟରଙ୍କ ସଂଖ୍ୟାକୁ ସର୍ବାଧିକ କରିବା ଏବଂ ଅଧିକ ଭୋଟରଙ୍କ ସଂଖ୍ୟା ନିଶ୍ଚିତ କରିବା ନିର୍ବାଚନ କମିଶନଙ୍କ ଦାୟିତ୍ୱ। ସରକାର ଲୋକଙ୍କ ଭୋଟକୁ ବଡ଼ ପରିମାଣରେ କାଟି ଦେଉଛନ୍ତି।
ଏସପି ମୁଖ୍ୟ ଏସ୍ଆଇଆରକୁ ସରଳୀକରଣ କରିବା ଉଚିତ ଥିଲା, କିନ୍ତୁ ତାହା ହୋଇନାହିଁ।
ଆଧାରକୁ ଏସ୍ଆଇଆରରେ ସାମିଲ କରାଯିବା ଉଚିତ ଥିଲା। ଯେତେବେଳେ ଆଧାର ସବୁକିଛିରେ ସାମିଲ କରାଯାଇଛି, ତେବେ ତାକୁ ଏସ୍ଆଇଆରରେ କାହିଁକି ସାମିଲ କରାଯାଉନି?