ବେଙ୍ଗାଲୁରୁ: ଭଗବାନ ହନୁମାନଙ୍କ ଜନ୍ମସ୍ଥାନକୁ ନେଇ ଚାଲିଥିବା ବିବାଦକୁ ଆହୁରି ତୀବ୍ର କରିଛି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ବୟାନ । ରାଜ୍ୟର କୋପ୍ପାଲ ଜିଲ୍ଲାରେ ଥିବା ଅଞ୍ଜନାଦ୍ରୀ ପାହାଡ଼ ହେଉଛି ଭାଗବାନ ହନୁମାନଙ୍କ ଜନ୍ମସ୍ଥାନ । ଏନେଇ ଐତିହାସିକ ତଥ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବୋମାଇ ଦାବି କରିଛନ୍ତି । ଏହି ଦାବିକୁ ବହୁ ପୂର୍ବରୁ ମହାରାଷ୍ଟ୍ର ଓ ଆନ୍ଧ୍ର ପ୍ରଦେଶ ଖଣ୍ଡନ କରି ସାରିଛନ୍ତି ।
ଏଥିସହ ସେମାନଙ୍କ ରାଜ୍ୟରେ ହନୁମାନ ଜନ୍ମ ଗ୍ରହଣ କରିଥିବା ଉଭୟ କହିଥିଲେ । ଏହାକୁ ନେଇ ବିବାଦ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଭଗବାନ ହନୁମାନ ଅଞ୍ଜନାଦ୍ରୀ ପାହାଡ଼ରେ ଜନ୍ମ ଗ୍ରହଣ କରିଥିଲେ । ହନୁମାନ ଏଠି ସେଠି ଜନ୍ମ ହୋଇଥିବା ଦାବି କରି ବିବାଦୀୟ ବୟାନ ଦିଆଯାଇ ପାରେ । କିନ୍ତୁ ବାସ୍ତବରେ ଏହି ସ୍ଥାନରେ ହିଁ ହନୁମାନଙ୍କ ଜନ୍ମ ହୋଇଥିଲା । ସେ ଅଞ୍ଜନାଦ୍ରୀ ହିଲ ଓ କିଶକିନ୍ଧାରେ ଜନ୍ମ ଗ୍ରହଣ କରିଥିଲେ । ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ୍ୱ ନାହିଁ ।