ଦେଶରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା: ୨୪ଘଣ୍ଟାରେ ଚିହ୍ନଟ ୮୬,୯୬୧ଜଣ

ନୂଆଦିଲ୍ଲୀ: କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦,୦୦୦ପାର କରୁଥିବା ବେଳେ ମିଟର ଆଜି ୯୦,୦୦୦ତଳକୁ ଖସିଛି। ୨୪ଘଣ୍ଟାରେ ୮୬,୯୬୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ୯୩୩୫୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୨୪ଘଣ୍ଟାରେ ୧୧୩୦ଜଣଙ୍କର ମୃତ୍ୟୁ ଘଟିଛି।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୫୪,୮୭,୫୮୦ରେ ପହଞ୍ଚିଛି । ଏହା ମଧ୍ୟରୁ ୧୦୦୩୨୯୯ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୮୭,୮୮୨ ରହିଛି । ଦେଶର ମୋଟ ସୁସ୍ଥ ସଂଖ୍ୟା ୪୩,୯୬୩,୯୯ ରେ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପଷରୁ ସୂଚନା ଦିଆଯାଇଛି। ସବୁଠାରୁ ବଡ କଥା ହେଉଛି ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ଭାରତ ବର୍ତ୍ତମାନ ବିଶ୍ବରେ ଆଗରେ ରହିଛି।
ଆମେରିକାରେ ବର୍ତ୍ତମାନ ସୁସ୍ଥ ସଂଖ୍ୟାରେ ଦ୍ୱିତୀୟରେ ରହିଛି । ଆମେରିକାରେ ୭,୦୦୪,୭୬୮ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରୁ ୪,୨୫୦,୧୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।