ଦେଶରେ ୬୩ ଲକ୍ଷ ପାର୍ ହେଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ୬୩ ଲକ୍ଷ ପାର ହୋଇଛି ଦେଶରେ କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬ ହଜାର ୮୨୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୧୮୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୬୩ ଲକ୍ଷ ୧୨ ହଜାର ୫୮୫ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ମଧ୍ୟ ୯୮ ହଜାର ୬୭୮ ରହିଛି। ସେହିପରି ଦେଶରେ ସକ୍ରିୟ ମାମଲା ୯ ଲକ୍ଷ ୪୦ ହଜାର ୭୦୫ ରହିଛି। ମୋଟ୍‌ ୫୨ ଲକ୍ଷ ୭୩ ହଜାର ୨୦୨ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଆରୋଗ୍ୟ ହାର ୮୩.୫୩ ପ୍ରତିଶତକୁ ବୃଦ୍ଧି ପାଇଛି। ଆଇସିଏମ୍‌ଆର ତଥ୍ୟ ଅନୁଯାୟୀ ଦେଶରେ ମୋଟ୍‌ ୭ କୋଟି ୫୬ ଲକ୍ଷ ୧୯ ହଜାର ୭୮୧ ନମୁନା ପରୀକ୍ଷା ହୋଇଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ଦେଶରେ ସର୍ବାଧିକ ସଂକ୍ରମିତ ରାଜ୍ୟ। ମହାରାଷ୍ଟ୍ରରେ ମୋଟ୍‌ ୨ ଲକ୍ଷ ୫୯ ହଜାର ୪୬୨ ସକ୍ରିୟ ମାମଲା ଥିବାବେଳେ ୧୦ ଲକ୍ଷ ୮୮ ହଜାର ୩୨୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। କେବଳ ମହାରାଷ୍ଟ୍ରରେ ୩୬ ହଜାର ୬୬୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମହାରାଷ୍ଟ୍ର ପରେ କର୍ଣ୍ଣାଟକରେ ୧ ଲକ୍ଷ ୭ ହଜାର ୬୩୫ ସକ୍ରିୟ ମାମଲା ରହିଛି। କର୍ଣ୍ଣାଟକରେ ୪ ଲକ୍ଷ ୮୫ ହଜାର ୨୬୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।