ପୁଣି ଆଖି ବୁଜିଲେ ୧୦୯୨ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ(ଏସ୍ ନ୍ୟୁଜ):: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି ସେହି ହାରରେ ମୃତୁ୍ୟ ମଧ୍ୟ ଘଟୁଛି । ୨୪ ଘଂଟା ମଧ୍ୟରେ ଦେଶରେ ଆଖି ବୁଜିଲେ ୧୦୯୨ କରୋନା ରୋଗୀ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦେଶରେ କରୋନା ମୃତୁ୍ୟ ସଂଖ୍ୟା ୫୨ ହଜାର ୮୮୯ ଜଣଙ୍କ ପ୍ରାଣହାନୀ ଘଟିଛି । ସେହିଭଳି ଦେଶରେ ୬ ଲକ୍ଷ ୭୬ ହଜାର ଆକ୍ରାନ୍ତ ସକି୍ରୟ ଥିବା ଜଣାପଡିଛି । ଦେଶରେ ୨୦ଲକ୍ଷ ୩୮ ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହେଲେଣି । ସବୁଠାରୁ ଅଧିକ ମହାରାଷ୍ଟ୍ରରେ ୨୦ ହଜାର ୬ଶହରୁ ଅଧିକ କରୋନା ରୋଗୀଙ୍କ ପ୍ରାଣହାନୀ ଘଟିଛି ।