ଭାରତରେ ୩୮,୭୭୨ ନୂଆ ସଂକ୍ରମିତ ଚିହ୍ନଟ-shaksi news

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୩୮,୭୭୨ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ୪୪୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହାକୁ ନେଇ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୪.୩ ଲକ୍ଷ ଟପିଯାଇଛି।

ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୪,୩୧,୬୯୧ ଓ ମୃତ୍ୟୁସଂଖ୍ୟା ୧୩୭, ୧୩୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହୋଇ ଫେରିଥିବା ୪୫, ୩୩୩ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ୮୮, ୪୭, ୬୦୦ରେ ପହଞ୍ଚିଛି।