ଦେଶରେ ଦିନକରେ ୧,୧୨୪ କରୋନା ମୃତ୍ଯୁ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୮୮,୬୦୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯, ୫୬,୪୦୨ ରହିଛି। ୨୪ ଘଣ୍ଟାରେ ୧୧୨୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ସମଗ୍ର ଦେଶରେ ମୋଟ ୫୯ଲକ୍ଷ ୯୨ ହଜାର ୫୩୨ ଲକ୍ଷ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୯,୪୧,୬୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ଏହାସହ ୯୪, ୫୦୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥତା ସଂଖ୍ୟା ୯୪, ୦୦୦ ଟପିଥିବା ବେଳେ ସମଗ୍ର ଭାରତରେ ସକ୍ରିୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୯.୫ ଲକ୍ଷକୁ ଖସି ଆସିଛି। କୋଭିଡ୍-୧୯ ପଜିଟିଭ୍ ୫୯.୯୨ ଲକ୍ଷ୍ ରୋଗୀଙ୍କ ମଧ୍ୟରୁ ୪୯.୪୧ ଲକ୍ଷ ରୋଗୀ ଏବେ ସୁସ୍ଥ ହୋଇସାରିଛନ୍ତି।