ନୂଆଦିଲ୍ଲୀ :ଗତ ୨୪ ଘଣ୍ଟାରେ ପ୍ରାୟ ୩୧ ହଜାର ୧୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ନେଇ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୯୪ ଲକ୍ଷ ଟପିଯାଇଥିବା ବେଳେ ୪୮୨ ଜଣ ମୃତ୍ୟୁବରଣ କରିଛନ୍ତି ।
ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୯୪୬୨୮୦୯ ରେ ପହଞ୍ଚିଛି । ଏହା ମଧ୍ୟରୁ ୪୩୫୬୦୩ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୩୭୬୨୧ କୁ ବୃଦ୍ଧି ପାଇଛି । ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୮୮,୮୯୫୮୫ ରେ ପହଞ୍ଚିଛି ।
ଅନ୍ୟପଟେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ କୋଟି ୩୧ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୪.୬୭ ଲକ୍ଷ ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୫ ଲକ୍ଷ ଟପିଯାଇଛି । ଆମେରିକା ତଳକୁ ଭାରତ ଓ ବ୍ରାଜିଲ ରହିଛନ୍ତି ।