ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨,୯୮୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଏହାସହ ୩୯୧ ମୃତ୍ୟୁ ରେକର୍ଡ କରାଯାଇଛି। ଭାରତରେ ସମୁଦାୟ ସମୁଦାୟ କୋଭିଡ୍-୧୯ ସଂକ୍ରମଣ ମାମଲା ୯୬,୭୭,୨୦୩ ଓ ମୃତ୍ୟୁସଂଖ୍ୟା ୧୪୦, ୫୭୩ରେ ପହଞ୍ଚିଛି।
୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୯, ୧୦୯ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୧, ୩୯, ୯୦୧। ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୯୬, ୭୨୯। ସେହିପରି ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ (ଆଇସିଏମ୍ଆର୍) ରିପୋର୍ଟ ଅନୁସାରେ, ଡିସେମ୍ବର ୬ ତାରିଖ ସୁଦ୍ଧା ସମୁଦାୟ ୧୪,୭୭,୮୭,୬୫୬ ନମୁନା ପରୀକ୍ଷା କରାଯାଇଛି। ଗତକାଲି ୮,୦୧,୦୮୧ ନମୁନା ପରୀକ୍ଷା କରାଯାଇଥିଲା।