ଦେଶରେ ୨୭,୦୭୧ ନୂଆ କରୋନା ସଂକ୍ରମିତ ଚିହ୍ନଟ-shaksi news

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୭,୦୭୧ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮.୮୪ ପହଞ୍ଚିଛି। ୩୩୫ ମୃତ୍ୟୁ ହୋଇଥିବା ବେଳେ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୩, ୩୩୫ରେ ପହଞ୍ଚିଛି।

ଅନ୍ୟପଟେ ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୦,୬୯୫ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୩, ୮୮, ୧୫୯।ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୫୨, ୫୮୬। ସୋମବାରକୁ ମିଶାଇ କ୍ରମାଗତ ଅଷ୍ଟମ ଦିନରେ ଦେଶରେ କୋଭିଡ୍‌-୧୯ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷରୁ କମ୍‌ ରହୁଛି।