ଦେଶରେ ୨୨,୮୮୯ ନୂଆ କରୋନା ସଂକ୍ରମିତ ଚିହ୍ନଟ-shaksi news

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୨୨,୮୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଭାରତରେ ସମୁଦାୟ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯.୯ ନିୟୁତରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

ସେହିପରି ଦେଶରେ ୩୩୮ ଜଣ କରୋନାରେ ମୃତ୍ୟୁ ହୋଇଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧୪୪, ୭୮୯ରେ ପହଞ୍ଚିଛି। ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯,୭୯,୪୪୭ରେ ପହଞ୍ଚିଛି।

ସେହିପରି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହୋଇ ଫେରିଥିବା ୩୧,୦୮୭ ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୫, ୨୦, ୮୨୭। ତେଣୁ ଗୁରୁବାର ଦିନ ୯୫.୩୧% ଥିବା ଜାତୀୟ ସୁସ୍ଥତା ହାର ୯୫.୪୦%କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ଏବଂ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ମଧ୍ୟ ବ୍ୟବଧାନ ବଢ଼ି ସମ୍ପ୍ରତି ୯,୨୦୬,୯୯୬ରେ ରହିଛି। ଏହାକୁ ନେଇ ସମ୍ପ୍ରତି ଭାରତର କୋଭିଡ୍‌-୧୯ ସୁସ୍ଥତା ହାର ବିଶ୍ୱରେ ସର୍ବାଧିକ। ବୈଶ୍ୱିକ ସୁସ୍ଥତା ହାର ୭୦.୨୭% ଥିବା ବେଳେ ଭାରତରେ ସୁସ୍ଥତା ୯୫.୩୧% ରହିଛି।