ବ୍ରାଜିଲ: କରୋନା ଟୀକା ପ୍ରସ୍ତୁତିରେ ସାରା ବିଶ୍ୱ ଲାଗିପଡିଥିବା ବେଳେ ଟୀକା ବିରୋଧରେ ବୟାନ ଦେଇଛନ୍ତି ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ । ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ କୁମ୍ଭୀର ହୋଇଯିବେ। ସେହିପରି ମହିଳାଙ୍କର ନିଶ ଦାଢ଼ି ଉଠିବ। ଏହାସହିତ କିଛି ପୁରୁଷଙ୍କ କଣ୍ଠସ୍ବର ମହିଳାଙ୍କ ଭଳି ମଧ୍ୟ ହୋଇପାରେ । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ସେ କହିଛନ୍ତି।
ଏହାସହ ଏସବୁ ସମସ୍ୟା କରୋନା ଟିକାର ପାର୍ଶ୍ୱପ୍ରତିକ୍ରିୟା ଯୋଗୁ ହେବ। ତେଣୁ ଫାଇଜର ଏବଂ ବାୟୋଏନ୍ଟେକ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟା ନେଇ ସମ୍ପୃକ୍ତ କମ୍ପାନୀ ଦାୟୀ ରହିବେ ନାହିଁ ବୋଲି ଚୁକ୍ତିରେ ଉଲ୍ଲେଖ କରାଯାଇଛି । ଫାଇଜର ଟିକାକୁ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି। ଟିକା ନେବା ପରେ ଯଦି କେହି କୁମ୍ଭୀରରେ ପରିଣତ ହୋଇଗଲା, ସେଥିପାଇଁ ସରକାର ଦାୟୀ ରହିବେ ନାହିଁ।
ଅନ୍ୟପଟେ ମୁଁ ଏହି ଟୀକା ନେବି ନାହିଁ ବୋଲି ସେ ମତ ରଖିଛନ୍ତି। ବିଶ୍ୱର କରୋନା ପ୍ରଭାବିତ ତାଲିକାର ୨ନଂ ସ୍ଥାନରେ ଥିବା ବ୍ରାଜିଲରେ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା ଯେତେବେଳେ ହୁହୁ ହୋଇ ବଢ଼ିବାରେ ଲାଗିଥିଲା । ସେତେବେଳେ ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲସୋନାରୋ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ମୋର ଆଣ୍ଟିବଡି ସୃଷ୍ଟି ହୋଇ ସାରିଛି। ତେଣୁ ମୁଁ କାହିଁକି ପୁଣିଥରେ ଟିକା ନେବି?”
ଵର୍ଜିଲାରେ ଟିକା କାର୍ଯ୍ୟକ୍ରମକୁ ଲଞ୍ଚ କରି ସେ କହିଛନ୍ତି, “ଦେଶବାସୀଙ୍କୁ ମାଗଣାରେ ଏହି ଟିକା ଯୋଗାଇ ଦିଆଯିବ। କିନ୍ତୁ ଏହା ଇଚ୍ଛାଧୀନ ବା ସ୍ୱେଚ୍ଛାକୃତ ରହିବ। ଏହାର ଅର୍ଥ ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ହିଁ ଟିକା ନେଇପାରିବେ। କାହାକୁ ଏଥିପାଇଁ ବାଧ୍ୟ କରାଯାଇ ପାରିବ ନାହିଁ। ବ୍ରାଜିଲର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟିକାକୁ ଅନୁମତି ଦେବା ପରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଉପଲବ୍ଧ କରାଯିବ। ଯେଉଁମାନେ ଚାହିଁବେ ଏହାକୁ ନେଇପାରିବେ।
ସୂଚନାଯୋଗ୍ୟ, ଫାଇଜର ଏବଂ ବାୟୋଏନ୍ଟେକ୍ ପକ୍ଷରୁ ପ୍ରସ୍ତୁତ କରୋନା ଟିକା ଏବେ ବ୍ରିଟେନ ଏବଂ ଆମେରିକାରେ ସାର୍ବଜନୀକ ଭାବେ ଦିଆଯାଉଛି। ଏପରିସ୍ଥଳେ ବୋଲସୋନାରୋଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।